ଆଜି ପୂର୍ବାହ୍ନ ୧୧.୩୦ ଟାରେ ବାଲେଶ୍ଵର ମ୍ୟୁନିସିପାଲିଟି ର ବିଜେଡି କାଉନସିଲର ଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗତ ୧୪ ତାରିଖ ସାମାଜିକ ଗଣ ମାଧ୍ୟମରେ ମ୍ୟୁନିସପାଲିଟି ୫ ନମ୍ବର ୱାର୍ଡ ର ଧର୍ମାନ୍ତିକରଣ ଅଭିଯୋଗ ରେ ଜୈନିକ ସାରଗାଁ ପଞ୍ଚାୟତର ବ୍ୟକ୍ତି କିଛି ୱାର୍ଡ ର ଯୁବକଙ୍କୁ ନେଇ ଗଣ୍ଡଗୋଳ କରିଥିଲେ। ଏ ସଂପର୍କରେ କାଉନସିଲର ମୀତା ପଟ୍ଟନାୟକ ତରଫରୁ ୱାର୍ଡର ଶାନ୍ତିଶୃଙ୍ଖଳା ପାଇଁ ପୋଲିସ କୁ ଖବର ଦେଇଥିଲେ।ଘଟଣା।ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିଲେ।