ମୋରଡା: ମୋରଡା ଥାନା ଅଧୀନ ଅସ୍ତିଆବନ୍ଧ ଠାରେ ଯାତ୍ରବାହୀ ଅଟୋ ଉପରେ ଆକ୍ରମକଲେ ବଣୁଆ ହାତୀପଲ, ମହିଳା ମୃତ, ଦୁର୍ଘଟଣାଗ୍ରସ୍ତ ଅଟୋ ଜବତ କଲା ପୁଲିସ
ମୋରଡା ଥାନା ଅଧୀନ ଅସ୍ତିଆବନ୍ଧ ଠାରେ ଏକ ଯାତ୍ରୀବାହି ଅଟୋ ଉପରେ ଶନିବାର ରାତି ଏଗାରଟା ସମୟରେ ବଣୁଆ ହାତୀପଲ ଆକ୍ରମଣ କରିବା ଦ୍ୱାରା 3ଜଣ ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି l ମୃତକ ଜଣକ ହେଉଛନ୍ତି ବାରିପଦା ଉପକଣ୍ଠ ପୋଡାଅସ୍ତିଆ ଅଞ୍ଚଳର ପବନା ନାୟକଙ୍କ ସ୍ତ୍ରୀ ରୀନା ନାୟକ l ଏକ ଯାତ୍ରବାହୀ ଅଟଯୋଗେ ରାଗୋବିନ୍ଦପୁର ଗାଁ ଅମର୍ଦା ଇଲାକାରୁ ୮ଜଣ ବାରିପଦା ଫେରୁଥିବା ବେଳେ ଅଘଟଣ ଘଟିଥିଲା l