ଖଲ୍ଲିକୋଟ ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶକ୍ତିପୀଠ ମା ନାରାୟଣୀ ରାସ୍ତା ରେ ଘଟିଛି ଦୁର୍ଘଟଣା। ରାସ୍ତା କଡରେ ଥିବା ଏକ ଗଛ କୁ ଧକ୍କା ଦେଇ ଗୋଟିଏ କାର ସମ୍ପୂର୍ଣ୍ଣ ଜଳି ଯାଇଛି। କାର ଟିର ନମ୍ବର TN 72 CV 7552 ହୋଇଥିବା ବେଳେ କାର ଭିତରେ କେତେ ଜଣ ବ୍ୟକ୍ତି ଥିଲେ ଓ ସେମାନେ କେଉଁଠାରୁ ଆସିଥିଲେ ସେ ସମ୍ପର୍କ ରେ କିଛି ସ୍ପଷ୍ଟ ଜଣା ପଡିନାହିଁ । ତେବେ ଖବର ପାଇ ଖଲ୍ଲିକୋଟ ପୋଲିସ ଆଜି ସକାଳ ୮ ଟା ସମୟରେ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛି।