ଆଜି ରାତି ପ୍ରାୟ ୯ ଘଟିକା ସମୟରେ କେନ୍ଦୁଝର ସୀମାରୁ ବୈତରଣୀ ନଦୀ ପାର ହୋଇ ୨୩ ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡର ପଣସି ଗ୍ରାମ ନିକଟକୁ ପ୍ରବେଶ କରିଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି। ଖବର ପାଇ କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର୍ ସ୍ୱାଇଁଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଗତିବିଧି ଉପରେ ନଜର ରଖିଛନ୍ତି। ଅନ୍ୟପଟେ ହାତୀ ଭୟରେ ନିକଟବର୍ତ୍ତୀ ଗ୍ରାମବାସୀ ନିଆଁଜାଳି ଜଗିରହିଛନ୍ତି।