ପରଜଙ୍ଗ: ଭୁବନ କୋର୍ଟ ଛକ ନିକଟରେ ସଡକ ଦୁର୍ଘଟଣାରେ ଯୁବକ ମୃତ
ଭୁବନ କୋର୍ଟ ଛକ ନିକଟରେ ସଡକ ଦୁର୍ଘଟଣାରେ ଯୁବକ ମୃତ ଜାତୀୟ ରାଜପଥ ୫୩ ଅନ୍ତର୍ଗତ ଭୁବନ କୋର୍ଟଛକ ନିକଟରେ ଶୁକ୍ରବାର ଅପରାହ୍ନ ୧ଟାରେ ସଡକ ଦୁର୍ଘଟଣାରେ ଯୁବକ ମୃତ। ମୃତକ ହେଲେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ବାଘବିନ୍ଧା ଗ୍ରାମର ରମେଶ ଭୋଇ। ସେ ସମ୍ପର୍କୀୟ ଘରକୁ ଆସି ଫେରୁଥିବା ସମୟରେ ଅଜଣା ଗାଡି ସହ ଦୁର୍ଘଟଣା ଘଟିଥିଲା। ତେବେ ଭୁବନ ଦମକଳବାହିନୀ ପହଞ୍ଚି ଭୁବନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ତେବେ ଡାକ୍ତର ରମେଶ କୁ ମୃତ ଘୋଷଣା କରିଥିବା ବେଳେ ଘଟଣାସ୍ଥଳରେ ଭୁବନ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି।