ଜୟପୁର: ରାବଣାଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ପଛ ପଟୁ ଝୁଲନ୍ତା ଅବସ୍ଥା ରେ ଶବ ଉଦ୍ଧାର କଲା ପୋଲିସ
ଜୟପୁର ଆମ୍ବାଗୁଡା ପୋଲିସ ପକ୍ଷରୁ ଏକ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିର ପରିଚୟ ମିଳିନଥିବା ବିଷୟ ଆଜି ସଂନ୍ଧ୍ୟା 6 ଟାରେ ଜୟପୁର ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି । ରାବାଣାଗୁଡା ଡାକ୍ତରଖାନାରେ କାର୍ଯ୍ୟରତ ଵାଚମ୍ୟାନ ପଛପଟ ଏକ ଜଙ୍ଗଲରେ ଏକ ମୃତ ଦେହ ଝୁଲୁଥିବା ଦେଖି ଆମ୍ବାଗୁଡା ପୋଲିସ କୁ ସୂଚନା କରିଥିଲେ। ଘଟଣା ସ୍ଥଳରେ ଆମ୍ବାଗୁଡା ଫାଣ୍ତି ପୋଲିସ ଏବ˚ ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପହଁଚି ଶବଟିକୁ ଉଦ୍ଧାର କରିବା ସହ ଏକ ଅମମୃତ୍ୟୁ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଏବ˚ ମୃତ୍ୟୁର କାରଣ ନେଇ ତଦନ୍ତ ଆରମ୍ଭ କରିଛନ୍ତି।