ଲକ୍ଷ୍ମୀପୁର: କନ୍ଧ ସାହି ଉପର ମୁଣ୍ଡ ରାସ୍ତା ଅବସ୍ଥା ସୋଚନୀୟ
ଲକ୍ଷ୍ମୀପୁର ବ୍ଲକ ସଦର କନ୍ଧ ସାହି ତାର ଏକ ଉଦାହରଣ ସାଜିଛି।କନ୍ଧ ସାହି ଉପର ମୁଣ୍ଡରେ ଅନେକ ଲୋକ ଘର କରି ବସବାସ କରୁଛନ୍ତି। ହେଲେ ସେମାନଙ୍କ ଘର ଆଗ ଦେଇ ଯାଇଥିବା ରାସ୍ତା କାଦୁଅ ସର ସର ହୋଇ ପଡିଛି।ଘର ଆଗରେ ଥିବା ନଳକୂପ ରୁ ବାହାରୁଥିବା ପାଣି ଯିବା ପାଇଁ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସାହି ବାସିନ୍ଦା ବ୍ୟବହାର କରୁଥିବା ପାଣି ରାସ୍ତା ଉପର ଦେଇ ଅତିବାହିତ ହେଉଥିବା ଅପରାହ୍ନ ୪ଟା ସମୟରେ ଦେଖିବାକୁ ମିଳିଛି।