ଝାରସୁଗୁଡା ଜିଲ୍ଲା କୋଲାବିରା ଠାରେ ଆଜି ସକାଳ ଏଗାରଟା ସମୟରେ କୃଷକ ସମାବେଶ ଅନୁଷ୍ଠିତ ହୋଇଥିବାବେଳେ ବ୍ୟାନର ରେ ଫୋଟୋ ନଥିବାରୁ ବିରକ୍ତି ପ୍ରକାଶ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ,କ୍ଷମା ପ୍ରାର୍ଥନା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ବିଭାଗ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦାନ କରିଥିଲେ। ତେବେ ଆୟୋଜିତ ଏହି କୃଷକ ସମାବେଶ ର ବ୍ୟାନରରେ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ଝାରସୁଗୁଡା ବିଧାୟକଙ୍କ ଫୋଟୋ