ଛତ୍ରପୁର: ଟିଟାନିୟମ କମ୍ପାନୀ କର୍ମଚାରୀଙ୍କୁ ଅସ୍ଥାୟୀ ଛଟେଇ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର
ଟିଟାନିୟମ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅସ୍ଥାୟୀ ଛଟେଇ ନେଇ ଶନିବାର ଦିନ ୨ ଘଣ୍ଟା ସମୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ୨୦୦୭ ମସିହାରେ ଇଡକୋ ମାଧ୍ୟମରେ ସେମାନଙ୍କ ଜମି ଅଧିଗ୍ରହଣ କରି ସେମାନଙ୍କୁ ଚାକିରି ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସେମାନଙ୍କୁ ଛଟେଇ କରାଯାଇଥିବାରୁ ସେମାନେ ଏହାକୁ ବିରୋଧ କରିବା ସହିତ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି ।