ତାଳଚେର ସଦର: କଳାକାର ମାନଙ୍କ ବିଭିନ୍ନ ସମସ୍ୟା ନେଇ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ତାଳଚେର ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ୧୦ ଦଫା ଦାବୀ ନେଇ ଶନିବାର ମଧ୍ୟାହ୍ନ ୧ଘଟିକା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘର ଉପସଭାପତି ସବିତା ସିଂ ଙ୍କ ନେତୃତ୍ୱରେ ହାଟତୋଟା ସ୍ଥିତ ଜଜାଙ୍ଗି କାଳୀ ମନ୍ଦିର ଠାରୁ କଳାକାର ମାନେ କଳା ସଂସ୍କୃତି ଓ କଳାକାର ବଂଚିବା ନେଇ ବିଭିନ୍ନ ସ୍ଳୋଗାନ ମାନ ଦେଇ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ର ପ୍ରଦାନ ବେଳେ ସୌଭାଗ୍ୟ ଚନ୍ଦ୍ର ନାୟକଙ୍କ ସମତେ ବହୁ ପୁରୁଷ ଓ ମହିଳା କଳାକାର ଉପସ୍ଥିତ ଥିଲେ ।