ଧର୍ମଗଡ ବ୍ଲକର ଚାଷୀ ଏବେ ଚିନ୍ତା ରେ ପଡିଛନ୍ତି। ମଣ୍ଡି ମାନଙ୍କୁ ମିଲର୍ସ ମାନଙ୍କ ଗାଡି ଆସୁନଥିବାରୁ ଧର୍ମଗଡ ବ୍ଲକ ର ବିଭିନ୍ନ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି। ବିଭିନ୍ନ ମଣ୍ଡି ରେ ଟୋକନ ସମସ୍ୟା, ଅଖା ବସ୍ତା ସମସ୍ୟା ସାଙ୍ଗକୁ କୁଇଣ୍ଟାଲ ପିଛା ୫ କେଜି କଟନୀ ଛଟନୀ,ଭଳି ଅନେକ ସମସ୍ୟା ରହିଥିବା ବେଳେ ଆଜି ବିଜେଡି ର ଏକ ପ୍ରତିନିଧି ଦଳ ଧର୍ମଗଡ ବ୍ଲକ ର ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନ କରଥିଲେ।