ମହିଳା ଥାନାରେ ପଂହଁଚିଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର।ରାଜ୍ୟ ସରକାରଙ୍କୁ ମାଗିଲେ ସୁରକ୍ଷା । ନୀଳଗିରି ବିଧାୟକ ତାଙ୍କ ନାଁ ରେ କହିଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଦେଇଥିବା ଏଫଆୟର ଆଜି ମାମଲା ରୁଜୁ ହୋଇଛି। ଲେଖାଶ୍ରୀ କହିଛନ୍ତି ସେ ଯେଉଁ ଦଳ ର ବିଧାୟକ ତାଙ୍କ ସର୍ବୋଚ୍ଚ ନେତା ଦେଶର ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଂକୁ ବି ମୁଁ ଏ ବାବଦରେ ଲେଖିଛି। ଆଇନ ଉପରେ ସମ୍ପୂର୍ଣ ଭରସା ଅଛି। ମୋ ପ୍ରତି ସେ ଦେଇଥିବା ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ମୁଁ ନିଜକୁ ସୁରକ୍ଷିତ ମନେ କରୁ ନାହିଁ। ମତେ ରାଜ୍ୟ ସରକାର ସୁରକ୍ଷା ଦିଅନ୍ତୁ। ମହିଳା ଥାନାରେ ଲେଖାଶ୍ରୀ।