ସୁକିନ୍ଦା: ବିରଭୂମି ଠାରେ ଟାଟା କତୃପକ୍ଷ ଓ ସ୍ଥାନୀୟ ବିସ୍ଥାପିତ ଜମିହରାଙ୍କ ମଧ୍ୟରେ ନିଯୁକ୍ତି ପାଇଁ ପ୍ରବଳ ଯୁକ୍ତିତର୍କ
କଳିଙ୍ଗନଗର ଅଞ୍ଚଳରେ ଗଢି ଉଠିଥିବା ଟାଟା କମ୍ପାନୀର ଦୁଇଟି କାରଖାନାରେ ବ୍ୟାପକ ବାହାର ଲୋକଙ୍କୁ ସୁବିଧାରେ ନିଯୁକ୍ତି ମିଳି ଯାଉଥିବା ବେଳେ ସ୍ଥାନୀୟ ବିସ୍ଥାପିତ କ୍ଷତିଗ୍ରସ୍ତ ଜମିହରା ଯୁବକ ମାନଙ୍କୁ କାରଖନରେ ପ୍ରବେଶ କରାଇ ଦିଆଯାଉନଥିବା ସହିତ ନିଯୁକ୍ତି ଦିଆ ନଯିବାରୁ । ଏଥି ନିମନ୍ତେ ଆଜି ସ୍ଥାନୀୟ ଯୁବକ ମାନେ ଟାଟା ବିରୋଧରେ ପ୍ରତିବାଦ କରିବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ କୌଣସି ସୂତ୍ରରୁ ବିଶେଷ ସୂଚନା ପାଇ ଟାଟା କମ୍ପାନୀ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉଭୟ ମଧ୍ୟରେ ନିଯୁକ୍ତିକୁ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା