ନୂଆଗାଁ: ସୁବର୍ଣ୍ଣପୁରରେ ଭାଗବତ ଜନ୍ମ ଉତ୍ସବ ପାଳନ, ନାମ ସଂକୀର୍ତନ ଆରମ୍ଭ
Nuagaon, Ganjam | Sep 19, 2024 ପାତ୍ରପୁର ବ୍ଳକ ଜରଡା ପଂଚାୟତ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଭାଦ୍ରବ ପୂର୍ଣ୍ଣିମା ଅବସରରେ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ପାଳିତ କାର୍ଯ୍ୟକ୍ରମରେ ମଙ୍ଗଳ ଧ୍ଵନୀ, ପତାକା ସ୍ଥାପନ, କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ମହନ୍ତ ଶ୍ରୀ ଅନନ୍ତ ଚରଣ ରାମାନୁଜ ଦାସ ମହାଦୀପ ପ୍ରଜ୍ଜ୍ୱଳନ କରି ନାମଯଜ୍ଞ ଆରମ୍ଭ କରିଥିଲେ। ପୁରୋହିତ ରାମାନୁଜ ଆଚାର୍ଯ୍ୟ , ଅଶୋକ ଆଚାର୍ଯ୍ୟ ଘୃତଯଜ୍ଞ ପରିଚାଳନା କରିଥିବା ବେଳେ ବାପୁଜୀ ବିଷୋୟୀ କର୍ତ୍ତା ସାଜିଥିଲେ। ପୂଜାରୀ ବିଶ୍ଵନାଥ ବାଡତ୍ୟା ଓ ସୁରେଶ ବାଡତ୍ୟା ପୂଜା କରିଥିଲେ l