ଲକ୍ଷ୍ମୀପୁର: ଲାଞ୍ଚ ନେଇ ଗିରଫ ହୋଇଥିବା ଦଶମନ୍ତପୁର ଥାନାଧିକାରୀ ସୁକମା ହାଁସଦା ଚାକିରିରୁ ନିଲମ୍ବିତ
ଲାଞ୍ଚ ନେଇ ଗିରଫ ହୋଇଥିବା କୋରାପୁଟ ଦଶମନ୍ତପୁର ଥାନାଧିକାରୀ ସୁକମା ହାଁସଦା ଚାକିରିରୁ ନିଲମ୍ବିତ ହୋଇଥିବା ଆଜି ସକାଳ ୯ଟା ସମୟ ସୂଚନାରୁ ଜଣାପଡିଛି। ଥାନାଧିକାରୀ ସୁକମାଙ୍କୁ ଏକ ଲାଞ୍ଚ ମାମଲାରେ ଗିରଫ କରାଯାଇଛି । ଅଭିଯୋଗ ଅନୁସାରେ, ଏକ ମାମଲାରେ ରଫାଦଫା କରିବାକୁ ଥାନାଧିକାରୀ ସୁକମା ମାଗିଥିଲେ ୨୦ ହଜାର। ଡିଲ୍ ମୁତାବକ ୨୦ ହଜାର ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଗତ ୧୮ ତାରିଖରେ ଧରିଥିଲା।