ଜୟପୁର: ଜୟପୁର ଦଶହରା ପଡିଆରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶୁଭାରମ୍ଭ, ସୂଚନା ଦେଲେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦେଲେ ସୂଚନା
ଜୟପୁର ଦଶହରା ପଡିଆରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଅପରାହ୍ନ 1ଘଣ୍ଟା ସମୟରେ ଶୁଭାରମ୍ଭ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁ ରାମ ମାଛ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଜିଲା ପରିଷଦ ସଭ୍ୟା ତପତି ପଟ୍ଟନାୟକ, ରଶ୍ମି ରଥ, ମୁଖ୍ୟ ଜିଲା କୃଷି ଅଧିକାରି ସନ୍ତୋଷ କୁମାର ଦଳ ବେହେରା, କୃଷି ବିଭାଗର କାଯ୍ୟନିବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ, କୃଷି ଜିଲା ଅଧିକାରି ହେମନ୍ତ କୁମାର ପଢିହାରୀ, ଲଲାଟେନ୍ଦୁ ମହାପାତ୍ର ଯୋଗ ଦେଇଥିଲେ l