ଖଲ୍ଲିକୋଟ୍: ଲଙ୍ଗଳେଶ୍ବର ନିକଟରେ ଜଣେ ବ୍ୟକ୍ତି ଙ୍କୁ ବାଇକ ଧକ୍କା ଦେବାର ସିସି ଟିଭି ଫୁଟେଜ ଭାଇରାଲ
ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଲଙ୍ଗଳେଶ୍ବର ନିକଟରେ ଜଣେ ବ୍ୟକ୍ତି ଙ୍କୁ ଏକ ବାଇକ ଧକ୍କା ଦେବାର ସିସି ଟିଭି ଫୁଟେଜ ଆଜି ମୋବାଇଲ ଟୁ ମୋବାଇଲ ଭାଇରାଲ ହେଉଥିବା ଦେଖି ବାକୁ ମିଳିଛି ।ଗତ କିଛି ଦିନ ତଳେ ବାଦପଲ୍ଲୀ ଅଂଚଳର ଜଣେ ବ୍ୟକ୍ତି ଲଙ୍ଗଳେଶ୍ବର ନିକଟ ଏକ ମିଷ୍ଟାନ୍ନ ଦୋକାନ ରୁ ବାହାରି ନିଜ ଗ୍ରାମ ଅଭିମୁଖେ ଆସୁ ଥିବା ସମୟରେ ହଠାତ ଏକ ବାଇକ ତାଙ୍କୁ ଧକ୍କା ଦେଇ ଥିଲା । ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତେବେ ଆଜି ରାତି ୯ ଟା ସମୟରେ ଉକ୍ତ ଦୁର୍ଘଟଣା ର ସିସି ଟିଭି ଫୁଟେଜ ମୋବାଇଲ ଟୁ ମୋବାଇଲ୍ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।