ସାରା ବିଶ୍ବରେ ଜଙ୍ଗଲ ଦ୍ରୁତ ଅବକ୍ଷୟ ସହିତ ପରିବେଶ ପ୍ରଦୂଷିତ ହୋଇ ଓଜୋନ ସ୍ତର ରେ ରନ୍ଧ୍ର ଯୋଗୁ ପ୍ରାକୃତିକ ଅସନ୍ତୁଳନ ବୃଦ୍ଧି ପାଉଛି।ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଆଜିର ଦିନରେ ବ୍ୟାପକ ବନୀକରଣର ଆବଶ୍ୟକତା ରହିଛି।ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରୋଟାରୀ କ୍ଳବ କେନ୍ଦୁଝରଗଡ଼ ପକ୍ଷରୁ ରବିବାର ରେ କେନ୍ଦୁଝର ସ୍କୁଲ ଅଫ ଇଞ୍ଜିନିୟରିଂ,ଡିମ୍ବୋ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।