ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୋଦଳା କଞ୍ଚଣା ମଧ୍ୟରେ ଥିବା ବଡ଼ ଶଙ୍ଖ ନିକଟରେ ଶନିବାର ଦିନ ଗୋଟିଏ ବ୍ୟାଟେରୀ ଚଳିତ ଅଟୋ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଅଟୋ ଟି କଞ୍ଚଣା ପଟରୁ ଯାଉଥିଲା । ଅଟୋ ଚଳାଉଥିବା ଡ୍ରାଇଭର ଆହତ ହୋଇଥିଲେ। ତାଙ୍କୁ କୋଦଳା ମେଡିକାଲକୁ ନିଆଯାଇଥିବା ସୂଚନା ମିଳିଛି । ତେବେ ଡ୍ରାଇଭର ଙ୍କର ଠିକଣା ଜଣାପଡ଼ିନାହିଁ । ପ୍ରକାଶ ଥାଉ କି ବ୍ୟାଟେରୀ ଚଳିତ ଅଟୋ ର ଡେମୋ ପାଇଁ ଏହି ଅଟୋଟି ବୁଲୁଥିବା ଜଣାପଡିଛି । ତେବେ ଏଥିରେ କେହି ବାସିନଥିଲେ । ଅପରାହ୍ନ 4.30 ମିନିଟ ରେ ସୂଚନା ମିଳିଛି ।