ଟିଟିଲାଗଡ଼ ବ୍ରାହ୍ମଣ ସମାଜର ସାମୁହିକ ବ୍ରତୋପନୟନ ମାର୍ଚ୍ଚ ୧୨ ରେ ଟିଟିଲାଗଡ଼ // ତା. ୨୮.୦୧.୨୦୧୬ // ପ୍ରତିବର୍ଷ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ଦ୍ୱାରା ଆୟୋଜିତ ହେଉଥିବା ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଚଳିତ ବର୍ଷ ମାର୍ଚ୍ଚ ମାସ ୧୨ ତାରିଖରେ କରାଯିବା ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ କରାଯାଇଛି I ମାର୍ଚ୍ଚ ୧୧ ତାରିଖରେ ଚାରିକର୍ମ ଏବଂ ୧୨ ତାରିଖରେ ବ୍ରତୋପନୟନ କାର୍ଯ୍ୟକ୍ରମ ହେବ I ଦୀର୍ଘ ୨୦ ବର୍ଷ ହେବ ସମ୍ପୂର୍ଣ ବୈଦିକ ରୀତିନୀତି ଅନୁଯାୟୀ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ କରାଯାଉଥିବା ଯୋଗୁଁ ବଲାଙ୍ଗୀର କଳାହାଣ୍ଡି ନୂଆପଡା ସୋନପୁର ଜିଲ୍ଲା ଆଦିରୁ ବହୁ ସଂଖ୍ୟାରେ ବ୍ର