ତଦନ୍ତ ଓ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅନୁଗୁଳ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ CEO ନିର୍ଦ୍ଦେଶ ଦେଇଥିବା ନେଇ ରବିବାର ପୂର୍ବାହ୍ନରେ ସୂଚନା ମିଳିଛି । ଗତକାଲି କୋଶଳା ପଂଚାୟତ ଶିମିଳିସାହି ୮୪ ନମ୍ବର ବୁଥରେ ଭୋଟରଙ୍କୁ ବିଧାୟକ ସୁଶାନ୍ତ ବେହେରା ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।