ଝାରସୁଗୁଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାନ୍ଦନିମାଲ ଗ୍ରାମପଞ୍ଚାୟତ ଅଞ୍ଚଳରେ ଏକ ହାତି ଉପଦ୍ରଵ କରିବା ସହିତ ଘର ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ଏକ ବଣୁଆ ହାତୀ ବୁଲୁଥିବା ଏବଂ ବିଭିନ୍ନ ଚାଷ ଜମିରେ ହାତୀ ପାଦଚିହ୍ନ ଥିବା ଦେଖିବାକୁ ମିଳିଥିଲା। ତେବେ ଚାନ୍ଦନୀମାଲ ଅଞ୍ଚଳରେ ବଣୁଆ ହାତୀଟି କେତେକ ଘର ଭାଙ୍ଗିଥିବା ନେଇ ଆଜି ସକାଳ ନଅଟା ସମୟରେ ଅଭିଯୋଗ ହୋଇଛି। ବଣୁଆ ହାତୀ ଅନେକ ଲୋକଙ୍କ ଘର ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଛି। ସୁଦରଗଡ଼ ନୂଆଡ଼ିହି ସେକ୍ସନ ଦେଇ ବ୍ରଜରାଜନଗର ରେଞ୍ଜ ଅଞ୍ଚଳକୁ ଆସିଥିବା ନେଇ ଅଭିଯୋଗ ହୋଇଛି।