ସଇଁତଳା ବ୍ଲକ ଅନ୍ତର୍ଗତ ବିବିନା ଗ୍ରାମ ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟର ଶୁଭ ଉଦଘାଟନ କଲେ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ। ଏହି ନୂତନ କାର୍ଯ୍ୟାଳୟ ଗ୍ରାମବାସୀଙ୍କୁ ସରକାରୀ ସେବା ଆହୁରି ସୁଲଭ, ପାରଦର୍ଶୀ ଓ ଦ୍ରୁତ ଭାବେ ପହଞ୍ଚାଇବାରେ ଏକ ମଜବୁତ ମାଧ୍ୟମ ହେବ। ଏହି ଉଦଘାଟନ ଅବସରରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ମୋନିକା ସିଂ ଭୋଇ, ସ୍ଥାନୀୟ ଜନପ୍ରତିନିଧି, ପଞ୍ଚାୟତ କର୍ମଚାରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଗ୍ରାମର ମୌଳିକ ସମସ୍ୟା, ଉନ୍ନତିମୂଳକ ପ୍ରକଳ୍ପ ଓ ଭବିଷ୍ୟତ ପରିକଳ୍ପନା ସମ୍ପର୍କରେ ମତବିନିମୟ କରାଗଲା।ଗ୍ରାମ ପଞ୍ଚାୟତ ହେଉଛି ଗ୍ରାମ ଉନ୍ନତିର ମୂଳ