ନର୍ଲା: ନର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଠାରେ ଆଦର୍ଶ ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି ଶନିବାର ଅପରାହ୍ନ ଚାରିଟା ସମୟରେ ନର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ଉପାଧ୍ୟକ୍ଷ ଯତୀନ କୁମାର ରଥ ଙ୍କ ଅଧ୍ୟକ୍ଷତାରେ ତ୍ରି ସ୍ତରୀୟ ପଞ୍ଚାୟତ ରାଜ ମାଧ୍ୟମରେ ଗ୍ରାମସଭା ବିଷୟରେ ଏକ ସଚେତନ ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏହି ଅବସରରେ ନର୍ଲା ପଂଚାୟତ ସରପଞ୍ଚ ତନୁଜା ହରିପାଲ ଯୋଗଦେଇଥିବା ବେଳେ ସ୍କୁଲ୍ ଛାତ୍ର ଛାତ୍ରୀ ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହିଥିଲେ