ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଛେପାପାଲି ଛକ ନିକଟରେ ଏନଏଚ ଅବରୋଧ । ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ଉପଜିଲ୍ଲାପାଳ ଡ଼.ସୋମ୍ୟରୁପା ରଥ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରତାପଚନ୍ଦ୍ର ତ୍ରିପାଠୀ,ଧାନା ଅଧିକାରୀ ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କଲାପରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୦ଟାରେ ହଟିଲା ରାସ୍ତା ଅବୋରୋଦ୍ଧ। ଗତକାଲି ସୋନପୁର ଟାଉନଥାନା ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ଛେପାପାଲି ଛକ ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ପ୍ରାୟ 7 ଟାରେ ଏହି ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଥିଲା ।