ଶୁକ୍ରବାର କଲମପୁର ତହସିଲ ଅଧୀନସ୍ଥ ହାତୀ ନଦୀର ମଣ୍ଡଳ ବାଲିଘାଟ ଠାରେ ଘଟିଛି ଏକ ଅଘଟଣ । ବାଲି ଘାଟ ଠାରେ ଏକ ହିଟାଚି ମେସିନ ମାଧ୍ୟମରେ ବାଲି ଉତ୍ତୋଳନ କରାଯାଉଥିଲା। ବାଲି ଉତ୍ତୋଳନ ଯୋଗୁଁ ନଦୀରେ ଗର୍ତ ହେଇଯାଇଥିବା ସ୍ଥାନରେ ହିଟାଚି ମେସିନ ଖସିଯାଇ ବୁଡି ଯାଇଛି । ଦିନ ତିନାଟା ପର୍ଯ୍ୟନ୍ତ ଉକ୍ତ ମେସନକୁ କୁ ବାହାର କରାଯାଇ ପାରିନାହିଁ । କିନ୍ତୁ ସୌଭାଗ୍ୟ ବସତଃ ହିଟାଚି ଅପରେଟର ଏକ ବଡ ବିପଦରୁ ବର୍ତି ଯାଇଛନ୍ତି । ବର୍ତମାନ ହିଟାଚି ଟି ପାଣି ଭିତରେ ବୁଡି ରହି ଅଚଳ ହେଇ ପଡିଛି ।