ପରଜଙ୍ଗ: କଙ୍ଗେଇଲୋ ଗାଁ ନିକଟରେ ସାଇକେଲ ଧରି ଛିଡା ହୋଇଥିଲେ ବୃଦ୍ଧ, ବାଇକ ଧକ୍କାରେ ଚାଲିଗଲା ଜୀବନ
କାଙ୍ଗେଇଲୋ ଗାଁ ନିକଟରେ ସାଇକେଲ ଧରି ଛିଡା ହୋଇଥିଲେ ବୃଦ୍ଧ, ବାଇକ ଧକ୍କାରେ ଚାଲିଗଲା ଜୀବନ କାମାକ୍ଷାନଗର ଥାନା ମହୁଲପାଳ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର କଙ୍ଗେଇଲ ଗାଁ ନିକଟରେ ଗୁରୁବାର ଅପରାହ୍ନ ୧ଟାରେ ରାସ୍ତା କଡରେ ସାଇକେଲ ଧରି ଛିଡା ହୋଇଥିବା ଜଣେ ବୃଦ୍ଧଙ୍କୁ ବାଇକ ଧକ୍କା ଦେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ବ୍ୟକ୍ତି ଜଣଙ୍କ କଙ୍ଗେଇଲ ଗାଁର ଅଙ୍କୁର ଚରଣ ଖୁଣ୍ଟିଆ। ଅଙ୍କୁର ସାଇକେଲ ଯୋଗେ ନିଜ ଚାଷ ଜମିକୁ ଯାଉଥିଲେ। କୌଣସି କାରଣରୁ ସେ ରାସ୍ତା କଡରେ ସାଇକେଲ ଧରି ଛିଡା ହୋଇଥିବା ବେଳେ ଏକ ଦ୍ରୁତଗାମୀ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତା