ଝାରସୁଗୁଡା: କୋଲାବିରା ଗାଁ ମଝିକୁ ପଶିଲା ହାତୀ, ଲୋକେ ଭୟଭୀତ, ଭିଡିଓ ଭାଇରାଲ
ଝାରସୁଗୁଡା ଜିଲ୍ଲା କୋଲାବିରା ଗାଁ କୁ ଗତ ରାତିରେ ପଶି ଆସିଥିଲା ଏକ ହାତୀ, ତେବେ ଗାଁ ମଝିରେ ଥିବା ଗୋବିନ୍ଦ ଦାସଙ୍କ ଘର ସମ୍ମୁଖରେ ହାତୀକୁ ଦେଖି ଗାଁ ଲୋକେ ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ। ଏହା ସହିତ ହାତୀ ଗ୍ରାମ ଭିତରକୁ ପଶି ଆସିଥିବା ନେଇ ବନ ବିଭାଗକୁ ସୂଚନା ଦିଆଯାଇଥିଲା। ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀର ଗତିବିଧିକୁ ନେଇ ବନ ବିଭାଗ ପକ୍ଷରୁ ନଜର ରକ୍ଷା ଯାଇଛି। ହାତୀର ଏହି ଭିଡିଓ ଆଜି ସକାଳ ସାତଟା ସମୟରୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।