ବିଏନ ପୁର ପଞ୍ଚାୟତ ର ମାଧପୁର ଗ୍ରାମରେ ଆଜି ମହାନ ସାଧୁମେଳା ଅନୁଷ୍ଠିତ ହୋଇଯାଇଛି । ଆଜି ସନ୍ଧ୍ୟା ୭ ଟା ସମୟରେ ସନାତନ ଧର୍ମ ସୁରକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆସ୍କା ସାସଂଦ ପ୍ରତିନିଧି ଯଜ୍ଞ ନାରାୟଣ ଦାଶ ଓ ସମ୍ମାନୀତ ଅତିଥି ଭାବେ ବିଜେପି ପୂର୍ବତନ ମଣ୍ଡଳ ସଭାପତି ସୁରେନ୍ଦ୍ର ନାଥ ସାହୁ, ସମାଜସେବୀ ପ୍ରଭାକର ପ୍ରଧାନ, ମୁଖ୍ୟ ଆୟୋଜକ ସଞ୍ଜୟ କୁମାର ପ୍ରଧାନ, ଶଙ୍କର ଦାଶ, ସମିତି ସଭ୍ୟ ଗଣେଶ ଦାସ ଓ ବିଜେପି ମଣ୍ଡଳ ସଭାପତି ଶମ୍ଭୁ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।