ଫୁଲବାଣୀ ସହର: ମଲ୍ଲିକାର୍ଜୁନ ଖଡଗେ ଆସିବା ନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଫୁଲବାଣୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପିସିସି ସଭାପତି
ଗୁରୁବାର ଫୁଲବାଣୀ ଆସିବେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଗୁଦାରୀ ଏୟାରଷ୍ଟ୍ରିପରେ ଅପରାହ୍ନ ୩.୩୦ରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ କରୋନେସନ ପଡିଆ ପର୍ଯ୍ୟନ୍ତ ଆସିବା ପରେ ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ ଖଡଗେ। ଖଡଗେଙ୍କ ତେଲେଙ୍ଗାନା ଉପ ମୂଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୁଧବାର ଦିନ ସନ୍ଧ୍ୟା ସାଢେ ୮ ଘଣ୍ଟିକା ସମୟରେ ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।