ଝାରସୁଗୁଡା: ଗଣ୍ଡଘୋରା ଠାରେ ବ୍ରଜରାଜନଗର ପୌର ପରିଷଦ ପକ୍ଷରୁ ସର୍ପଘାତରୁ ରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌର ପରିଷଦ ଅନ୍ତର୍ଗତ ଗଣ୍ଡଘୋରା ଠାରେ ଆଜି ଦିନ ସାଢେ ବାରଟା ସମୟରେ ବ୍ରଜରାଜନଗର ପୌର ପରିଷଦ ପକ୍ଷରୁ ସର୍ପଘାତ ରୁ ରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗର ପୌର ପରିଷଦ ର ଅଧିକାରୀ ଗଣ ଉପସ୍ଥିତ ରହି ସର୍ପ ଆଘାତରୁ କିପରି ବଞ୍ଚି ପାରିବା ଏବଂ ବିଷାକ୍ତ ସାପ ଜାମୁଡ଼ିଲେ କେଉଁ କେଉଁ ସତର୍କତା ଅବଲମ୍ବନ କରିବା ତାକୁ ନେଇ ସଚେତନ କରାଯାଇଥିଲା। ସର୍ପ ଦଂଶନ ଯୋଗୁଁ ଅନେକ ଧନ ଜୀବନ ହାନି ହେଉଥିବାରୁ ସାବଧାନତା ଓ ସତର୍କତା ହିଁ ସୁରକ୍ଷାର ବାର୍ତ୍ତା ବୋଲି ଏହି ସଚେତନତା କାର୍ଯ୍ୟକ୍ରମ