ବଲାଙ୍ଗିର ସହରରେ ପୁଣି ଚୋରି । ଗୋଟିଏ ଘରୁ ପାଖାପାଖି ୧୨ ଭରି ସୁନା ନେଇ ଫୋରାର୍ ମାରିଛନ୍ତି ଦୁର୍ବୃତ୍ତ ମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସହରର ରଘୁନାଥ ନଗରଠାରେ । ରଘୁନାଥ ନଗରର ବାସିନ୍ଦା ତଥା ଲୋୟର ସୁକତେଲର ରିର୍ଟାଡ଼ ଚିଫ୍ ଇଂଜିନିୟର ବେଲାର ସିଂ ଭୋଇ ଗତକାଲି ରଥଯାତ୍ରା ଥିବାରୁ ତାଙ୍କ ଗାଁକୁ ସନ୍ଧ୍ୟା ସମୟରେ ସପରିବାର ସହ ଯାଇଥିଲେ । ଆଉ ଏହାର ସୁଯୋଗ ନେଇ ପ୍ରଥମେ ଦୁଇ ଜଣ ଚୋର ଆସି ଘରକୁ ଦେଖିଥିଲେ । ଏହାପରେ ଝିପିଝିପି ବର୍ଷା ସହ ବିଦ୍ୟୁତ କାଟର ସୁଯୋଗ ନେଇ ଘରର କବାଟ ଓ ଝରକା ତାଡ଼ିି ଘରେ ପଶି ୩ଟି ଗଡ୍ରେଜ ଫାଡ଼ିବା ସହ ୧୨ ଭରି ସୁନା ନେଇ ଫୋରାର