ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଗୁଡିପଲ୍ଲୀ ଗାଁ ରେ ଅ।ଜି ସକାଳ 6 ଘଣ୍ଟ ସମୟରେ ଗୋଟିଏ ହାତୀ ଗାଁ ଭିତରେ ପଂହଁଚି ଗୋପାଳ ନାୟକ ଙ୍କ ଗୁହାଳ ଭାଙ୍ଗିବା ସହ ଘର ସମ୍ମୁଖରୁ ଧାନବସ୍ତା ଖାଇଛି । ଏଥିସହ ଗାଁ ଲୋକ ଙ୍କ ସମ୍ମୁଖରେ ହାତୀର ଏଭଳି କାରନାମା ଲୋକଙ୍କୁ ଭୟଭୀତ କରିଛି । ବାଣ ଫୁଟାଇ ହୋ ହା କରି ହାତୀକୁ ଘଉଡାଇଛନ୍ତି ଲୋକେ । କାଜୁ ବଗିଚା ସଫା କରିବାକୁ ଯାଉଥିବା ବେଳେ ହାତୀ ଗୋଡ଼ାଇ ଆଣିବାରୁ ଭୟରେ କାମ ରୁ ଫେରିଛନ୍ତି ଅନେକ ଲୋକ ।