ରୋଟାରୀ ଡିଷ୍ଟ୍ରିକ୍ଟ–୩୨୬୧ର ୨୦୨୬–୨୭ ବର୍ଷ ପାଇଁ ନିର୍ବାଚିତ ଅଧ୍ୟକ୍ଷ ଓ ସଚିବମାନଙ୍କ ଲାଗି ଆୟୋଜିତ ଶିକ୍ଷଣ ସେମିନାର ‘ଜ୍ଞାନାର୍ଜନ’ ଆଜି ଦିନ ପ୍ରାୟ 12 ଟା ସମୟରେ ସମ୍ପନ୍ନ ହୋଇଛି। ସମ୍ବଲପୁର ସ୍ଥିତ ରାମ ଗୋବିନ୍ଦ ଏକରେଜ୍, ବ୍ୟାଙ୍କୁଏଟ୍ ଏଣ୍ଡ୍ ଲନ୍ସରେ ଟିମ୍ ଓଜସ୍ୱୀଙ୍କ ଆନୁକୂଲ୍ୟରେ ରୋଟାରୀ କ୍ଲବ୍ ଅଫ୍ ସମ୍ବଲପୁର ଦ୍ୱାରା ଏହି ସେମିନାର ଆୟୋଜିତ ହୋଇଥିଲା। ସେମିନାରର ଉଦ୍ଦେଶ୍ୟ ଥିଲା ଆଗାମୀ ବର୍ଷରେ ରୋଟାରୀ ସେବାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ନେତୃତ୍ୱ କୌଶଳ ବିକାଶ, ଜ୍ଞାନ ବୃଦ୍ଧି ଓ ସେବାମୂଳକ କାର୍ଯ୍ୟ ପାଇଁ ପ୍ରସ୍ତୁତି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍