ଚଳିତ ବର୍ଷ ମାର୍ଚ୍ଚ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଗତକାଲି କଳା ନିକେତନ ରାମ ମନ୍ଦିର ପରିସରରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା। ଏଥିରେ ଶ୍ରୀ ରାମ ନବମୀ ଆୟୋଜନ କମିଟି ର ୫୦ ଜଣ ସଦସ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ କିଭଳି ରାମ ନବମୀ ଭବ୍ୟ ଓ ଦିବ୍ୟ ଭାବରେ ଆୟୋଜନ ହେବ ସେହି ବିଷୟରେ ଉପସ୍ଥିତ ସମସ୍ତ ସଦସ୍ୟ ମତ ଦେଇଥିଲେ। ଏ ନେଇ ରାମ ନବମି କମିଟିର ସଦସ୍ୟ ଦୁଷ୍ମନ୍ତ ପାଢ଼ୀ ଆଜି ଵାର ଟା ବେଳେ ସୂଚନା ଦେଇଛନ୍ତି।