ରବିବାର,୪ ଘଟିକା ସମୟରେ କପିଳେଶ୍ୱରପୁର ଗ୍ରାମ ପଞ୍ଚାୟତରେ ବୀର ଯବାନ ଶ୍ୟାମ ସୁନ୍ଦର କରଙ୍କ ଶହୀଦ ହୋଇଥିବା ଖବର ପାଇ ତାଙ୍କର ଶେଷ ଦର୍ଶନ କଲେ ବିଧାୟିକା। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଲେ। ଓଡ଼ିଶା ମାଟିର ଗର୍ବ ଓ ଗୌରବ ଶହୀଦ ଶ୍ୟାମ ସୁନ୍ଦର କରଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଧାୟିକା ଉପାସନା ମହାପାତ୍ର।