ଜୁନାଗଡ: ଜୁନାଗଡ଼ ରେ ସମ୍ବିଧାନ ଦିବସ ପାଳନ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରେ ବହୁଜନ ସଂଗ୍ରାମ ସମିତି ପକ୍ଷରୁ ସମ୍ବିଧାନ ଦିବସ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।କାର୍ଯ୍ୟକ୍ରମ କୁ ପର୍ନେନ୍ଦୁ ଧଙ୍ଗଡାମାଝୀ ପରିଚାଳନା କରିଥିଲେ। ପରେ ଏହି ଅବସରରେ ସମ୍ବିଧାନ ଙ୍କୁ ସମ୍ମାନ ଦେବାକୁ ଏକ ଶପଥ ପାଠ କରାଯାଇଥିଲା ।