ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଂଚାୟତର ଗାଡ଼ିଆଯୋଡି ଏବଂ ଘୋଡାବେଡା ଅଂଚଳରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l ଆଜି ପୂର୍ବାହ୍ନ ଏଗାର ଟା ଠାରୁ ଅପରାହ୍ନ ପାଞ୍ଚ ଟା ପର୍ଯ୍ୟନ୍ତ ଚାଷ ନଷ୍ଟ ହୋଇଛି l ପୋଲିସ, ଅବକାରୀ, ବନବିଭାଗ ଏବଂ ରାଜସ୍ୱ ବିଭାଗର ଉପସ୍ଥିତିରେ ମିଳିତ ଚଢ଼ାଉ କରାଯଇଥିଲା l ଏହି ଚଢ଼ାଉରେ 29 ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି l ବୈପାରିଗୁଡା ଥାନା ଓଆଇସି ଡମ୍ବରୁଧର ବାତ୍ରିଆଙ୍କ ନେତୃତ୍ବରେ 15 ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ଅବକାରୀ ଅଧିକାରୀ ସରୋଜ କୁମାର ବେହେରା ଙ୍କ ନେତୃତ୍ୱରେ 14 ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l