ଢେଙ୍କାନାଳ କପିଳାସ ନିକଟ ଛଣବୋଲୁଅ ଗ୍ରାମରେ ଏକ ଦନ୍ତାହାତୀ ତାଣ୍ଡବ କରି ବହୁ କ୍ଷୟକ୍ଷତି କରିଥିବାବେଳେ ଗ୍ରାମବାସୀମାନେ ଭୟଭିତଭାବେ ଥିବା ସୂଚନା ମିଳିଛି। ଦନ୍ତାଟି ଗ୍ରାମ ମଧ୍ୟରେ ପଶି ବିଭିନ୍ନ ଲୋକମାନଙ୍କର ଘର ଭାଙ୍ଗିବା, ଗଛ ଭାଙ୍ଗିବା ସହିତ ବହୁ କ୍ଷୟକ୍ଷତି କରିଛି । ଦନ୍ତାଟି ଗତ ଅପରାହ୍ନ ସମୟରେ କ୍ଷୟକ୍ଷତି କରି ଗ୍ରାମ ନିକଟ ଜଙ୍ଗଲକୁ ଚାଲି ଯାଇଥିଲା । ହାତୀ ଯୋଗୁଁ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି। ଆଜି ସକାଳେ ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ହାତୀଟି ରହିଛି। ଭୟରେ ଲୋକମାନେ ବିଲ ବାଡିକୁ ଯାଇପାରୁ ନାହାଁନ୍ତି, ଚାଷ ଜମି ଓ ତଳି ମଧ୍ୟ ନଷ୍ଟ କରିଛି।