ମା' ଝାଡେଶ୍ୱରୀ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ମା’ ଝାଡେଶ୍ୱରୀ ମହାବିଦ୍ୟାଳୟରେ ରବିବାର ସକାଳେ ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଅନୁଷ୍ଠାନର ଜାତୀୟ ସେବା ଯୋଜନା ୟୁନିଟ ଓ ୟୁଥ ରେଡକ୍ରସର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଯୁକ୍ତ ଦୁଇ ସ୍ରୋତର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ତଥା ବରିଷ୍ଠ ସିଭିଲ ଜଜ ସୌମ୍ୟା ପ୍ରଧାନ ଯୋଗଦେଇଥିବା ବେଳେ ବରିଷ୍ଠ ଓକିଲ ଶୁଭଦର୍ଶିନୀ ମହାନ୍ତି,ମାନେଶ୍ୱର ତହସି