ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ରବିବାର ଆଖଡା ଶାଳା ଅନୁଷ୍ଠିତ ହୋଇଯାଇଛି | ରବିବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ମହାରାଜ ଦେବର୍ଷି ନାରଦ କଂସଙ୍କୁ ସମ୍ବାଦ ଦେଇଛନ୍ତି | ସେହି ସମୟରେ ମହାରାଜ କଂସ ଓ ମହାମନ୍ତ୍ରୀଙ୍କ ଦୃଶ୍ୟର ପୂର୍ବ ଅଭ୍ୟାସ କରାଯାଇଛି | ଚଳିତ ବର୍ଷ ନୂତନ କଳାକାର ମାନେ ରହିଥିବା ବେଳେ ପୂର୍ବତନ କଂସ ମହାରାଜ ଭୁବନେଶ୍ୱର ପ୍ରଧାନ କଳାକାର ମାନଙ୍କୁ ନିର୍ଦ୍ଦେଶନା ଦେଉଥିବା ବେଳେ ଚଳିତ ବର୍ଷ କଳାକାର ମାନେ ନିଜ ନିଖୁଣ ଅଭିନୟ ଦର୍ଶକ ମାନଙ୍କୁ ଦେଖାଇବେ ବୋଲି ଜଣାଇଛନ୍ତି ।