ଥୁଆମୂଳ ରାମପୁରରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ ପାରଦ ତଳକୁ ତଳ ଖସିବାରେ ଲାଗିଛି। ଫଳରେ ଜନଜୀବନ ପ୍ରଭାବିତ ହେଉଥିବା ଦେଖାଦେଇଛି। କଳାହାଣ୍ଡିର କାଶ୍ମୀର ଭାବେ ପରିଚିତ ଏଇ ଇଲାକାର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ଶୁକ୍ରବାର ସକାଳେ ପ୍ରତିକ୍ରିୟା ରଖିଛନ୍ତି ଅଞ୍ଚଳବାସୀ।