ଝାରସୁଗୁଡା ଜିଲ୍ଲାର ସାରସମାଲ ଗ୍ରାମରେ ସରକାରୀ ଓ ଗ୍ରାମ ଜଙ୍ଗଲ କିସମର ଜମି ବେଆଇନ ଭାବେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ଆସିଛି। ଏନେଇ ଗ୍ରାମବାସୀ ଓ ଯୁବ ସାମ୍ମୁଖ୍ୟ ପକ୍ଷରୁ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଗୁରୁତର ଆପତ୍ତି ଉଠାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଝାରସୁଗୁଡା ୟୁନିଟ ନଂ–୧ ଅନ୍ତର୍ଗତ ଏକାତାଲି ମୌଜାରେ ବିଜୁ ଏକ୍ସପ୍ରେସ ୱେର ଉଭୟ ପାର୍ଶ୍ୱରେ ଥିବା ବିଶାଳ ଜମି ପୂର୍ବରୁ ଗ୍ରାମ ଜଙ୍ଗଲ, ବଡ଼ ଜଙ୍ଗଲ ଓ ସରକାରୀ କିସମର ଥିଲା।