ଖଲ୍ଲିକୋଟ୍: କୁଷଢିପା ଗ୍ରାମରେ ସମବାୟ ସମିତି ପରିସରରେ ଧାନ ମଣ୍ଡି ଉଦଘାଟନୀ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଧିନୂଆଁପଲ୍ଲୀ ପଞ୍ଚାୟତର କୁଷଢିପା ଗ୍ରାମରେ ଥିବା ସମବାୟ ସମିତି ପରିସରରେ ଆଜି ଦିନ ୧୧ ଟା ସମୟରେ ଧାନ ମଣ୍ତିର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସେବା ସମବାୟ ସମିତି ସଭାପତି ଏମ ଭାସ୍କର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ନେତା ସଞ୍ଜୟ କୁମାର ଜେନା, ଯୁବନେତା ଜଗନ୍ନାଥ ଭୂୟାଁ ପ୍ରମୁଖ ଯୋଗଦେଇଥିଲେ । ପରେ ବିଧାୟକ ଶ୍ରୀ ସେଠୀ ଧାନ ମଣ୍ତିର ଶୁଭ ଉଦଘାଟନ କରିଥିଲେ ।