ରେଙ୍ଗାଲି: ରେଙ୍ଗାଲିର ବିଭିନ୍ନ ଦୁର୍ଗାପୂଜା ମେଢ଼ରେ ମା ଦୁର୍ଗାଙ୍କୁ ଦର୍ଶନ କଲେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ
ରେଙ୍ଗାଲି ସ୍ଥିତ ଦୁର୍ଗାମନ୍ଦିର ସହ ବିଭିନ୍ନ ମେଢ଼ କୁ ଆଜି ପରିଦର୍ଶନ କରିଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ l ଆଜି ଦିନ 1 ଟା 30 ମିନିଟ ସମୟରେ ବିଧାୟକ ସୁଦର୍ଶନ ହରିପାଳ ରେଙ୍ଗାଲି ଦୁର୍ଗା ମନ୍ଦିର କୁ ପହଞ୍ଚି ମନ୍ଦିର ରେ ଅନୁଷ୍ଠିତ ହେଉଥିବା ଦଶମୀ ପୂଜାରେ ସାମିଲ ହୋଇଥିଲେ l ତାହାସହ ମାଙ୍କ ପୂଜାର୍ଚନା କରିବା ସହ ଆଶୀର୍ବାଦ ମଧ୍ୟ ଗ୍ରହଣ କରିଥିଲେ l ପରେ ବିଧାୟକ ମନ୍ଦିର କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରି ରେଙ୍ଗାଲି ରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ଦୁର୍ଗାପୂଜା ମେଢ଼ ରେ ପୂଜା ପାଉଥିବା ମା ଦୁର୍ଗାଙ୍କ ମଧ୍ୟ ଦର୍ଶନ କରିଥିଲେ l