ବାମରା ବ୍ଲକ ଅନ୍ତର୍ଗତ କେଛୁପାଣିର ବିମଲା ବେକ୍ ଶୁକ୍ରବାର ଦିନ ଗାଁ ଛକ ପଟକୁ ଆସୁଥିବା ବେଳେ ହନୁମାନ ମନ୍ଦିର ନିକଟରେ ଏକ ବାଇକ୍ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ଗୋଡ଼ ଭାଙ୍ଗି ସେ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲା କୁ ରେଫର କରାଯାଇଛି। ଅନ୍ୟ ପଟେ ସୂଚନା ପାଇ ଗୋବିନ୍ଦପୁର ପୋଲିସ ଡାକ୍ତରଖାନାକୁ ପହଞ୍ଚି ଯାଞ୍ଚ କରିଥିଲେ।