ଛତ୍ରପୁର: ସ୍ଥାନୀୟ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ପାଇପ ଜଳ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ ଓ ସାଧାରଣ ବୈଠକ ଅନୁଷ୍ଠିତ
ଛତ୍ରପୁର ଜନସ୍ୱାସ୍ଥ୍ୟ କାର୍ଯ୍ୟଳୟ ପରିସରରେ ରବିବାର ଦିନ ୨ ଘଣ୍ଟା ସମୟରେ ଛତ୍ରପୁର ଓ ବ୍ରହ୍ମପୁର ଉପଖଣ୍ଡ ଶାଖାର କର୍ମଚାରୀ ମାନଂକୁ ନେଇ ଏକ ସାଧାରଣ ବୈଠକ ଏବଂ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡିଶା ପାଇପ ଜଳ କର୍ମଚାରୀ ସଂଘର ପୂର୍ବତନ ଉପସଭାପତି ରବି କୁମାର ପାଣିଗ୍ରାହୀ, କେନ୍ଦ୍ରୀୟ ସାଙ୍ଗଠନିକ ସଂପାଦକ କୈଳାଶ କୁଣ୍ଡୁ, ଭଞ୍ଜନଗର ଖଣ୍ଡ ସଂପାଦକ ସୁରେନ୍ଦ୍ର ରାଉତ, ବ୍ରହ୍ମପୁର ଖଣ୍ଡ ପୂର୍ବତନ ଯୁଗ୍ମ ସଂପାଦକ ପୂର୍ଣ୍ଣଚନ୍ଦ୍ର ଖୁଟିଂଆ ଓ ଛତ୍ରପୁର ର ଯୁବ ନେତା କାଳିଆ ରାଉଳ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l