ବୋରିଗୁମ୍ମା ବନାଞ୍ଚଳ ଅଧିନସ୍ତ ଜାନିଗୁଡା ଗ୍ରାମର ଘରେ ଭିତରୁ ୮ଫୁଟ ଲମ୍ବାର ଏକ ଅଜଗର ସାପ ଉଦ୍ଧାର କରିଛି ବନ ବିଭାଗ। ଉଦ୍ଧାର ପରେ ଅଜଗର ସାପର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।ସାପ ଟିର ସ୍ୱାସ୍ଥ୍ୟ ବସ୍ତା ଠିକ ରହିଛି ତାକୁ ୩ଦିନ ପର୍ଯ୍ୟନ୍ତ ବୋରିଗୁମ୍ମା ବନ ବିଭାଗର ନିଘାରେ ରଖା ଯିବ ବୋଲି ବନବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ସକାଳୁ 6ଟାରେ ବୋରିଗୁମ୍ମା ବ୍ଲକ ପଣ୍ଡସଗୁଡା ପଞ୍ଚାୟତ ର ଜାନିଗୁଡା ଗ୍ରାମର ଜଣଙ୍କ ଘର ଭିତରେ ପସିଯାଇଥିଲା ୮ଫୁଟର ଏକ ଅଜଗର ସାପ।ସାପ କୁ ଦେଖିବା ପରେ ପରିବାର ଲୋକେ ଘର ବାହାରକୁ ଆସି ଘର ତୁରନ୍ତ କବାଟ ବନ୍ଦ କରିଦେଇଥିଲେ।