ଝାରସୁଗୁଡା ଜିଲ୍ଲା ଲଇକେରା ଅପେରା ପଡ଼ିଆ ଠାରେ ଜୟପୁର ଇଷ୍ଟେଟ ସ୍ମୃତି କମିଟି, ଲଇକେରା ତରଫରୁ ଆଜି ସକାଳ ସାଢ଼େ ଦଶଟା ସମୟରେ ସହିଦ ଦିବସ ଓ ସ୍ମୃତିସଭା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦିପାଲୀ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ରେ ବିରପୁତ୍ର ସହିଦ କରୁଣାକର ସିଂହ ,ସହିଦ ଖଗ ନାଏକ, ସହିଦ କହ୍ନେଇ ନାଏକ ଙ୍କ ସ୍ମୃତିଚାରଣ କରାଯାଇଥିଲା।