ବାଲେଶ୍ବର ମ୍ୟୁନିସିପାଲଟି: ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହେଲେ କାଠପାଳ ଗ୍ରାମବାସୀ
ବାଲେଶ୍ଵର ରେମୁଣା ବ୍ଲକ କାଠପାଳ ଅଞ୍ଚଳବାସୀ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି। କାଠପାଳରେ ବାଲି ମାଫିଆ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ସେମାନେ ଏ ସମ୍ପର୍କରେ ଦାବିପତ୍ର ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଦାନ କରିଥିଲେ । ବାଲି ମାଫିଆ ବେଫିକର ଭାବେ ବାଲି ଉତ୍ତୋଳନ କରି ଚାଲିଥିବା ବେଳେ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।